୨୦୨୧-୨୨ରେ ଶ୍ରୀମନ୍ଦିର ପାଇଁ ୨୦୨ କୋଟି ଟଙ୍କାର ବଜେଟ୍

‌ପୁରୀ- ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୦୨ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ଅର୍ଥ ସବକମିିଟି । ଏଥିମଧ୍ୟରେ ରଥଯାତ୍ରା ପାଇଁ ୧୧ କୋଟି, ସେବାୟତ କଲ୍ୟାଣ ପାଇଁ ୫ ଓ ଚିକିତ୍ସା ପାଇଁ ୫୦ ଲକ୍ଷ ଟଙ୍କା ରଖାଯାଇଛି । କୋରୋନା ମହାମାରା ଯୋଗୁଁ ଶ୍ରୀମନ୍ଦିର ରାଜସ୍ୱ ସଂଗ୍ରହ ହ୍ରାସ ପାଇଛି । ଭକ୍ତଙ୍କ ଦାନ, ଖଣିଖାଦାନ ଏବଂ ଭକ୍ତ ନିବାସ ପ୍ରତିଷ୍ଠା କରାଯାଇ ରାଜସ୍ୱ ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅର୍ଥ ସବକମିଟି ବୈଠକ ବସି ବଜେଟ୍ ପ୍ରସ୍ତୁତ କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨ଟି ଧର୍ମଶାଳାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଉ ଏକ ଭକ୍ତ ନିବାସ ନିର୍ମାଣ ସହ ଗୁୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ୨୦୨୩ ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ସ୍ଥାୟୀ ଜମାରାଶି ୧୦୦୦ କୋଟି କରିବାକୁ ଲକ୍ଷ୍ୟ ରହିଛି ।

Comments are closed.