ନୂଆପଡା ଜିଲ୍ଲା ପାଟୋରା ଡ୍ୟାମ ଜୈବ ପର୍ଯ୍ୟଟନ ସ୍ଥଳୀରେ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ନୂଆପଡା – ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ନୂଆପଡା ଜିଲ୍ଲା ପାଟୋରା ଡ୍ୟାମ୍ ନିକଟସ୍ଥ ଜୈବ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିଛନ୍ତି । ଜଳ ସମ୍ବଳ ସଚିବ ଅନୁ ଗର୍ଗ , ନୂଆପଡା ଜିଲ୍ଲାପାଳ ଏସ.ସିଂହ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟକଙ୍କ ପାଇଁ ହୋଇଥିବା ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ଖାଦ୍ୟ, ସୁରକ୍ଷା,ରାତ୍ର ରହଣି, ପରିମଳ ବ୍ୟବସ୍ଥାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ । ସ୍ଥାନୀୟ ଜୈବ ପର୍ଯ୍ୟଟନ ସ୍ଥଳୀକୁ ପର୍ଯ୍ୟଟକଙ୍କ ପାଇଁ ଭଲ ଭାବେ ବିକଶିତ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ସାମ୍ବାଦିକଙ୍କୁ କହିଥିଲେ । ସ୍ଥାନୀୟ ଯୁବକମାନେ ଏହାର ରକ୍ଷଣାବେକ୍ଷଣ କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସେ କହିଥିଲେ । ଜେଟି ଓ ବୋଟିଂ ବ୍ୟବସ୍ଥା ବି ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.