ଟିଭି ଉପସ୍ଥାପିକା ସଂଜନା ଗଣେଶନଙ୍କୁ ବିବାହ କଲେ ଯଶପ୍ରୀତ ବୁମରା

ମୁମ୍ବାଇ – କ୍ରିକେଟର ଯଶପ୍ରୀତ ବୁମରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଟିଭି ଉପସ୍ଥାପିକା ସଂଜନା ଗଣେଶନଙ୍କୁ ବିବାହ କରିଛନ୍ତି ବୁମରା । ଉଭୟଙ୍କ ବିବାହର ଫଟୋକୁ ବୁମରା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ବ୍ୟକ୍ତିଗତ କାରଣରୁ ବୁମରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟରୁ ଓହରି ଯାଇଥିଲେ । ସେତେବେଳେ ତାଙ୍କର ବିବାହ ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ଅଭିନେତ୍ରୀ ଅନୁପମା ପରମେଶ୍ୱରନଙ୍କୁ ବୁମରା ବିବାହ କରିପାରନ୍ତି ବୋଲି ଗଣମାଧ୍ୟମରେ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । କିନ୍ତୁ ଟିଭି ଉପସ୍ଥାପିକା ସଂଜନାଙ୍କ ପାଣି ଗ୍ରହଣ କରି ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି ବୁମରା । ଜୀବନର ନୂଆ ଇନିଂସ ପାଇଁ ବନ୍ଧୁବର୍ଗ ଓ ସାଥୀ ଖେଳାଳିମାନେ ବୁମରାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.