ବାୟୁସେନାର ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ମୃତ

ନୂଆଦିଲ୍ଲୀ – ଭାରତୀୟ ବାୟୁସେନାର ଏକ ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ମଧ୍ୟ ଭାରତର କୌଣସି ଏକ ସ୍ଥାନରେ ଖସି ପଡିଛି । ବିମାନର ପାଇଲଟ୍ ତଥା ଗ୍ରୁପ୍ କ୍ୟାପଟେନ୍ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣା କେଉଁ କାରଣରୁ ହେଲା ସେନେଇ ତଦନ୍ତ ପାଇଁ ବାୟୁସେନା କୋର୍ଟ ଅଫ୍ ଇନକ୍ୱାୟାରି ଗଠନ କରିଛି ।

ବାୟୁସେନାର ଜଣେ ପ୍ରବକ୍ତା କହିଛନ୍ତି ଯେ, ମଧ୍ୟ ଭାରତରେ ଯୁଦ୍ଧାଭ୍ୟାସ ପାଇଁ ଏକ ଏୟାରବେସ୍ ଅଭିମୁଖେ ଉଡ଼ାଣ ଭରିବାର କିଛି ମିନିଟ୍ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Comments are closed.