୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ; ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ, କଙ୍ଗନା ଶ୍ରେଷ୍ଠ ଅଭିନେତ୍ରୀ, ମନୋଜ ବାଜପେୟୀ ଓ ଧନୁଶ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀ – କରୋନା ମହାମାରୀ ପାଇଁ ଗତବର୍ଷ ସ୍ଥଗିତ ରହିଥିବା ୬୭ତମ ଜାତୀୟ ଫିଲ୍ମ ପୁରସ୍କାର ଆଜି ଘୋଷଣା କରାଯାଇଛି । ‘ଶଲା ବୁଢ଼ାର ବଦଲା’ ଓ ‘କାଲିର ଅତୀତ’ ଶ୍ରେଷ୍ଠ ଓଡ଼ିଆ ଫିଲ୍ମ ବିବେଚିତ ହୋଇଛନ୍ତି । ସ୍ୱର୍ଗତ ସୁଶାନ୍ତ ସିଂହ ରାଜପୁତ ଅଭିନୀତି ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଫିଲ୍ମ ପୁରସ୍କାର ମିଳିଛି । ‘ମଣିିକର୍ଣ୍ଣିକା’ ଓ ‘ପଙ୍ଗା’ ପାଇଁ କଙ୍ଗନା ରନାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିବା ବେଳେ ମନୋଜ ବାଜପେୟୀ ଓ ଧନୁଶ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି । ମନୋଜ ବାଜପେୟୀ ‘ଭୋସଲେ’ ଏବଂ ଧନୁଶ ‘ଅଶୁରନ’ ପାଇଁ ଏହି ପୁରସ୍କାର ଜିତିଛନ୍ତି ।

ତାମିଲ ଅଭିନେତା ବିଜୟ ସେତୁପତି ଶ୍ରେଷ୍ଠ ସହଅଭିନେତା (ସୁପର ଡିଲକ୍ସ) ଓ ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ (ଦି ତାସକେଣ୍ଟ୍ ଫାଇଲ୍ସ) ବିବେଚିତ ହୋଇଛନ୍ତି । ବି.ପ୍ରାକ ଶ୍ରେଷ୍ଠ ପୁରୁଷ ପ୍ରଚ୍ଛଦପଟ ଗାୟକ ପୁରସ୍କାର ଜିତିଥିବା ବେଳେ ବାର୍ଦୋ ଶ୍ରେଷ୍ଠ ମହିଳା କଣ୍ଠଶିଳ୍ପୀ ଭାବେ ଜାତୀୟ ପୁରସ୍କାର ଜିତିଛନ୍ତି । ତାମିଲ ଫିଲ୍ମ ‘ବିଶ୍ୱାସମ’ ପାଇଁ ଡି.ଇମାମଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ମିଳିଛି ।

ଶ୍ରେଷ୍ଠ ଫିିଚର ଫିଲ୍ମ ଭାବେ ‘ମାରାକ୍କର ଲାୟନ ଅଫ୍ ଦି ଆରବିୟାନ ସି’ ପୁରସ୍କୃତ ହୋଇଛି । ‘ବେହତର ହୁରେଁ’ ପାଇଁ ସଞ୍ଜୟ ପୂରଣ ସିଂହ ଚୌହ୍ୱାନ ଶ୍ରେଷ୍ଠ ନିର୍ଦ୍ଦେଶକ ବିବେଚିତ ହୋଇଛନ୍ତି । ନନ୍ ଫିଚର ବର୍ଗରେ ଓଡ଼ିଆ ଫିଲ୍ମ ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମଧ୍ୟ ଶ୍ରେଷ୍ଠ ବିବେଚିତ ହୋଇଛି ।

Comments are closed.