ଜାତୀୟ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ତିନିଟି ଓଡିଆ ଚଳଚ୍ଚିତ୍ରକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଖୁସି ପ୍ରକାଶ

ଭୁବନେଶ୍ବର: ତିନିଟି ଓଡିଆ ଚଳଚ୍ଚିତ୍ର ଜାତୀୟ ପୁରସ୍କାର ପାଇବା ପାଇଁ ବିବେଚିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ଖୁସି ପ୍ରକାଶ କରିଛନ୍ତି । ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ଶଲା ବୁଢାର ବଦଲା ଓ କାଲିର ଅତୀତ ଏବଂ ଶ୍ରେଷ୍ଠ ସାଂସ୍କୃତିକ ଚଳଚ୍ଚିତ୍ର ଭାବେ ଶ୍ରୀକ୍ଷେତ୍ରରୁ ସାହିଯାତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ବିବେଚିତ ହେବା ଓଡିଶା ପାଇଁ ଗୌରବର ବିଷୟ ବୋଲି କହି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି । ଏହି ତିନିଟି ଚଳଚ୍ଚିତ୍ରର ପ୍ରେଯୋଜକ ଓ ନିର୍ଦ୍ଦେଶକ ଓ କଳାକାରମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

Comments are closed.