ଭୁବନେଶ୍ୱରରେ କୋରୋନା କଟକଣା ପାଳନ ନେଇ କଡା ନଜର ରଖାଯିବ : ବିଏମସି କମିଶନର

ଭୁବନେଶ୍ୱର- ଗତ ୭ ଦିନରେ ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ବୋଲି ବିଏମସି କମିସନର ସୂଚନା ଦେଇଛନ୍ତି । ଜାଭିିଏର ଇନଷ୍ଟିଚ୍ୟୁଟରେ ମୋଟ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତଙ୍କ କଂଟାକ୍ଟ ଟ୍ରେସିଂ କରାଯାଉଛି । ଆଜି ସେଠାରେ ୨୦୧ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଏଣିକି ଅବହେଳାକୁ ବରଦାସ୍ତ କରାଯିବ ନାହିଁ । ସବୁଦିନ ଚେକ୍ ହବେ । ବିମାନବନ୍ଦର ଓ ରେଷ୍ଟେସନରେ ନଜର ରହିବ । ବିଭିନ୍ନ ଶିକ୍ଷାନୁଷ୍ଠାନରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହ ଟେଷ୍ଟିଂ କରାଯିବ । ଆଜି ଖୋର୍ଦ୍ଧାରେ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଭୁବନେଶ୍ୱରର । ଏଣିକି ଏନଫୋର୍ସମେଂଟ ଚଢାଇ କରିବେ । ଆରଟି-ପିସିଆର୍ ଟେଷ୍ଟ ଅଧିକ ହେବ ବୋଲି ସେ କହିଛନ୍ତି ।

Comments are closed.