ରାଜ୍ୟରେ କୋଭିଡ ସ୍ଥିତିରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣ ସ୍ଥିତିର ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଗତ କିଛି ଦିନ ହେବ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତା ପ୍ରକାଶ ପାଇଛି । ସଂକ୍ରମଣ ରୋକିବା ପାଇଁ କିଛି ପଦକ୍ଷେପ ସଂପର୍କରେ ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ।

ଗତକାଲି ଏସଆରସି ପ୍ରଦୀପ ଜେନା ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ସଂକ୍ରମଣ ରୋକିବାକୁ ପୁଣି ଥରେ ସରପଂଚଙ୍କୁ ଦାୟିତ୍ୱ ଦିଆଯିବ । ୱାର୍ଡ ମେମ୍ବର ଗାଁ ଜଗିବେ । ଆଶା ଓ ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ କୋଭିଡ ନିୟନ୍ତ୍ରଣ କାମରେ ନିୟୋଜିତ କରାଯିବ ।

ବାହାରୁ ଆସୁଥିବା ଲୋକଙ୍କ ଉପରେ ଗାଁ କମିଟି ନଦର ରଖିବ । ପୁଣି ଗାଁ କୋଭିଡ ପରିଚାଳନା କମିଟି ସକ୍ରିୟ ହେବ ବୋଲି ଜିଲ୍ଲାପାଳଙ୍କ ବୈଠକ ପରେ ସୂଚନା ଦେଇଥିଲେ ଏସଆରସି । ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ କୋଭିଡ କଟକଣା ପାଳନ ପାଇଁ ଡିଜିପି କଡା ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.