ଗାନ୍ଧିଜୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି, ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ, ବିଧାନସଭାରେ ସ୍ୱତନ୍ତ୍ର ଗାନ୍ଧିଚର୍ଚ୍ଚା

ଭୁବନେଶ୍ୱର- ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ଶହେବର୍ଷ ପୂର୍ତ୍ତି ଅବସରରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ବାପୁଙ୍କୁ ଓଡିଶା ଗସ୍ତର ସ୍ମୃତିଚାରଣ କରାଯାଉଛି । ଆଜି ବିଧାନସଭା ପରିସର ସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ବାଚସ୍ପତି ଓ ବିଧାୟକମାନେ ମାଲ୍ୟାର୍ପଣ କରିଥିଲେ । ଗ।।ନ୍ଧିଜୀଙ୍କ ସ୍ମୃତିଚାରଣ ସହ ରାମଧୂନ ପରିବେଷଣ କରାଯାଇଥିଲା ।

ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ଉପଲକ୍ଷେ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ହୋଇଛି । ଆଲୋଚନା ପାଇଁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସ୍ତାବ ଆଗତ କରିଥିଲେ । ଭାଷା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ପରେ ବିରୋଧୀ ଦଳ ନେତା ଏହି ଆଲୋଚନା ପ୍ରସ୍ତାବକୁ ସମର୍ଥନ କରି ଧନ୍ୟବାଦ ଜଣାଇଲେ । ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଆଲୋଚନାରେ ଭାଗ ନେଇ ନିଜର ବକ୍ତବ୍ୟ ରଖିଥିଲେ । ଗାନ୍ଧି ଏକ ବ୍ୟକ୍ତି ନୁହଁନ୍ତି । ଗାନ୍ଧି ଏକ ବିଚାରଧାରା ବୋଲି ସେ କହିଥିଲେ । ବିରୋଧୀ ଦଳ ନେତାଙ୍କ ପରେ ଗୃହର ଅନ୍ୟ ସଦସ୍ୟ ମାନେ ବି ଆଲୋଚନାରେ ଭାଗ ନେଇ ନିଜର ନିଜ ମତ ଉପସ୍ଥାପନ କରିଛନ୍ତି ।

Comments are closed.