ଦୈନିକ ଏକ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଯେଉଁଠି ଅଧିକ କୋରୋନା ଆକ୍ରାନ୍ତ,ସେହିଠାରେ ହିଁ ଅଧିକ ଟିକାକରଣ କରାଯିବ । ଏବେ ଦୈନିକ ଏକ ଲକ୍ଷ ଲୋକଙ୍କୁ ଟିକାକରଣ ଟାର୍ଗେଟ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ,ଅଧିକ ଟିକା ଆସିଲେ ଦୈନିକ ଦେଢ ଲକ୍ଷ ଲୋକଙ୍କୁ ଟିକା ଦିଆଯିବ । ଆଜି ୩ ଲକ୍ଷ ୭୦ ହଜାର ଡୋଜ୍ ପହଂଚିବ ବୋଲି ସେ ସୂଚନା ଦେଇଛନ୍ତି ।

Comments are closed.