ମୋ ସରକାର ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ମହାତ୍ମା ଗାନ୍ଧିଙ୍କ ଓଡିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ବିଧାନସଭାର ସ୍ୱତନ୍ତ୍ର ଆଲୋଚନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଭାଷଣ ଦେଇଛନ୍ତି । ସେ କହିଛନ୍ତି ଯେ, ଓଡିଶା ମହାତ୍ମା ଗାନ୍ଧିଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା । ମହାତ୍ମା ଗାନ୍ଧି ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି । ଓଡିଶାକୁ ମହାତ୍ମା ଗାନ୍ଧି ମୋଟ ୮ ଥର ଆସିଥିଲେ ବୋଲି ମୁଖ୍ୟମନ୍ତ୍ରୀ ଆଲୋଚନାରେ ଭାଗ ନେଇ କହିଛନ୍ତି । ଓଡିଶାର ବିଭିନ୍ନ ପ୍ରାନ୍ତକୁ ମହାତ୍ମା ଗାନ୍ଧି ଯାଇଥିଲେ । ତାଙ୍କ ସରକାର ମହାତ୍ମା ଗାନ୍ଧିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Comments are closed.