କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଳିଙ୍ଗ ଷ୍ଟୁଡିଓ ପୁନଃନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟୁଡିଓକୁ ସରକାର ବିଶ୍ୱସ୍ତରୀୟ କରିବା ଲକ୍ଷ୍ୟ ରଖିଛନ୍ତି । ଷ୍ଟୁଡିଓର ପୁନଃନିର୍ମାଣ ଓ ନବକଳେବର ପାଇଁ ରାଜ୍ୟ ସରକାର ପୂର୍ବରୁ ହିଁ ୨୦୦ କୋଟି ଟଙ୍କା ଅର୍ଥ ମଞ୍ଜୁର କରିଛନ୍ତି । ଷ୍ଟୁଡିଓରେ ରାସ୍ତାଘାଟଠୁ ଆରମ୍ଭ କରି ଏଡିଟିଂ ରୁମ୍ ଡବିଂ ରୁମ ସବକିଛି ନୂଆ ରୂପ ପାଇବ । କଳାକାର ଓ ପର୍ଯ୍ୟଟକଙ୍କ ପାଇଁ ଡର୍ମିଟୋରୀ ଓ କ୍ୟାଂଟିନ ବ୍ୟବସ୍ଥା ରହିବ । ଫିଲ୍ମ ସୁଟିଂ ସହ ପର୍ଯ୍ୟଟନକୁ ଗୁରୁତ୍ୱ ଦେଇ ଏହାର ପୁନଃନିର୍ମାଣ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର ।

Comments are closed.