ଛାତିରେ ଯନ୍ତ୍ରଣା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ – ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ରାଷ୍ଟ୍ରପତି ରାମନଥ କୋବିନ୍ଦଙ୍କୁ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି । ରାଷ୍ଟ୍ରପତିଙ୍କ ରୁଟିନ୍ ଚେକ୍‌ଅପ୍ ହେଉଛି ଓ ତାଙ୍କୁ କିଛି ଘଣ୍ଟା ନିରୀକ୍ଷଣରେ ରଖାଯିବ ବୋଲି ବୋଲି ହସ୍ପିଟାଲ ତରଫରୁ କୁହାଯାଇଛି ।

ବାଂଲାଦେଶ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ତାଙ୍କ ପୁଅଙ୍କ ସହ କଥା ହୋଇଛନ୍ତି । ମୋଦି ରାଷ୍ଟ୍ରପତିଙ୍କ ସୁସ୍ଥତା କାମନା କରିଛନ୍ତି ।

Comments are closed.