ପିପିଲି ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ହେବେ ବିଜେଡି ପ୍ରାର୍ଥୀ, ସୁପ୍ରିମୋ ନବୀନ ପଟ୍ଟନାୟକ କଲେ ଘୋଷଣା

ଭୁବନେଶ୍ୱର- ପିପିଲି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ ରୁଦ୍ର ପ୍ରତାପ ମହାରଥୀ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀ ଭାବେ ରୁଦ୍ର ପ୍ରତାପ ମହାରଥୀଙ୍କ ନାଁ ଘୋଷଣା କରିଛନ୍ତି ।

ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ହେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ । ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡିଛି । ଆସନ୍ତାମାସ ୧୭ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ କରାଯିବ । ପ୍ରାର୍ଥୀ ହେଲା ପରେ ରୁଦ୍ର ପ୍ରତାପ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ଉପରେ ବାପାମାଆ ଓ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ରହିଛି । ବାପାଙ୍କ ଅଧୁରା ସ୍ୱପ୍ନକୁ ସେ ପୂରା କରିବେ । ପିପିଲି-ଡେଲାଙ୍ଗରେ ବାକିଥିବା ବିକାଶମୂଳକ କାମକୁ ସେ ଆଗେଇ ନେବେ ବୋଲି ରୁଦ୍ର ପ୍ରତାପ କହିଛନ୍ତି ।

Comments are closed.