ରାଜ୍ୟରେ ଦିନକରେ କୋରୋନାର ୨୦୮ଟି ନୂଆ ମାମଲା

ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟାରେ କୋରୋନାର ୨୦୮ଟି ନୂଆ ମାମଲା ଆସିଛି । ସଂଗରୋଧରୁ ୧୨୨ ଓ ସ୍ଥାନୀୟ ଅଂଚଳରୁ ୮୬ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୩୬, ଖୋର୍ଦ୍ଧା ଜିଲ୍ଲାରୁ ୩୩, କଳାହାଣ୍ଡି ଓ ବରଗଡ ଜିଲ୍ଲାରୁ ୨୨ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୫, ଝାରସୁଗୁଡାରୁ ୧୧, ମୟୂରଭଂଜ ଓ ପୁରୀରୁ ୯ ଲେଖାଏଁ , ବାଲେଶ୍ୱର ଓ ଯାଜପୁରରୁ ୮ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୪୦୨କୁ ବୃଦ୍ଧି ପାଇଥିବା ବେଳେ ଏଥିମଧ୍ୟରୁ ୩ ଲକ୍ଷ ୩୬ ହଜାର ୬୯୧ ଜଣ ସୁସ୍ଥ ହୋଇସାରିଲେଣି । ସକ୍ରିୟ ମାମଲା ସଂଖ୍ୟା ୧ ହଜାର ୭୩୭ ରହିଛି ।

Comments are closed.