ନୂଆପଡା, ବରଗଡ ଓ ଖୋର୍ଦ୍ଧା ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡିକରେ ସଂକ୍ରମଣ ସଂଖ୍ୟା ଅଧିକ : ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ

ଭୁବନେଶ୍ୱର- ଶିକ୍ଷାନୁଷ୍ଠାନଗୁଡିକରେ ସଂକ୍ରମଣ ବଢିବା ଚିନ୍ତାର ବିଷୟ ହୋଇଛି । ନୂଆପଡା, ବରଗଡ ଓ ଖୋର୍ଦ୍ଧାରେ ଛାତ୍ରଛାତ୍ରୀଙ୍କ ସଂକ୍ରମଣ ସଂଖ୍ୟା ଅଧିକ ରହିଛି । ସଂକ୍ରମିତଙ୍କ କଂଟ୍ରାକ୍ଟ ଟ୍ରେସିଂ ସହ ସଂପୂର୍ଣ୍ଣ ଅଂଚଳକୁ କଂଟେନମେଂଟ୍ ଜୋନ ଘୋଷଣା କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ହଷ୍ଟେଲ ଥିବା ସ୍ଥାନରେ ଟେଷ୍ଟ କରିବା ପାଇଁ ମଧ୍ୟ କୁହାଯାଇଛି ବୋଲି ସେ କହିଛନ୍ତି ।

ଏଣେ ନୂଆପଡାବାସୀଙ୍କୁ ଛତିଶଗଡ ଯିବା ଉପରେ କଟକଣା ଜାରି କରାଯାଇଛି । ସଂକ୍ରମଣ ବୃଦ୍ଧି ପାଉଥିବାରୁ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ କରିଛି ଜିଲ୍ଲା ପ୍ରଶାସନ । ଲୋକଙ୍କୁ ସଚେତନ କରିବା ପାଇଁ ମାଇକ ଯୋଗେ ପ୍ରଚାର କରାଯାଉଛି ।

Comments are closed.