ରାଜ୍ୟରେ ଏପ୍ରିଲ ପହିଲାରୁ ଦୈନିକ ୨ ଲକ୍ଷ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର – ଜାନୁଆରୀ ମାସରୁ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ କୋଭିଡ ଟିକାକରଣ ହୋଇଛି । ଏମାନଙ୍କ ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭ ଜଣ ବରିଷ୍ଠ ଓ ବହୁବିଧ ରୋଗରେ ପୀଡିତ ଥିବା ଲୋକଙ୍କୁ କୋଭିଡ ଟିକା ଦିଆଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ଆଉ ପ୍ରେସକ୍ରିପସନ ଦେବାକୁ ପଡୁନାହିଁ । ଏବେ ରାଜ୍ୟରେ ୧୭ ଲକ୍ଷ ଟିକା ମହଜୁଦ ରହିଛି । ଏପ୍ରିଲ ୨ ତାରିଖରେ ଆହୁରି ୯ ଲକ୍ଷ ୮୮ ହଜାର ୨୫୦ ଡୋଜ ଟିକା ଆସିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏପ୍ରିଲ ପହିଲାରୁ ଦୈନିକ ୨ ଲକ୍ଷ ଟିକାକରଣ ହେବ । ଟିକାକରଣରେ ଅନୁଗୁଳ ଜିଲ୍ଲା ସବୁଠାରୁ ପଛରେ ରହିଛି । ବରଗଡ, ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର, ମୟୂରଭଞ୍ଜ, ସୋନପୁର, ନବରଙ୍ଗପୁର ଓ ନୂଆପଡା ବି ପଛରେ ରହିଛି ।

Comments are closed.