ମୁଖ୍ୟ ଶାସନ ସଚିବଙ୍କର ଏନ୍.ଟି.ପି.ସି. ଅଧ୍ୟକ୍ଷଙ୍କ ସହ ଆଲୋଚନା: ତାଳଚେର ଥର୍ମାଲ ପ୍ଲାଣ୍ଟର ନୂଆ ୟୁନିଟ୍ ପ୍ରତିଷ୍ଠା ପାଇଁ ନିଷ୍ପତି

ଭୁବନେଶ୍ବର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୃଷ୍ଟି ଦିଗରେ ଅନ୍ୟ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପଭାବେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଜାତୀୟ ତାପଜ ବିଦ୍ୟୁତ ନିଗମ ଲିର ଅଧ୍ୟକ୍ଷ ଗୁରୁଦୀପ ସିଂଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନାରେ ମୁଖ୍ୟତଃ ତାଳଚେରଠାରେ ଏନ.ଟି.ପି.ଏସ୍ . ନୂଆ ୟୁନିଟ୍ ପ୍ରତିଷ୍ଠା , ସହ ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଅଭିଯୋଗ ଓ ଅସୁବିଧା ଆଦି ବିଷୟରେ ଆଲୋଚନା ହୋଇଥିଲା ।

ଆଲୋଚନା ପରେ ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟ ଶାସନ ସଚିବ ମହାପାତ୍ର କହିଥିଲେ ଯେ ତାଳଚେରରେ ଏନ.ଟି.ପି.ଏସ୍ ର ନୂଆ ୟୁନିଟ୍ ପ୍ରତିଷ୍ଠା ବିଷୟରେ ନିତୀଗତ ନିଷ୍ପତ୍ତି ହୋଇଛି । ଖୁବ୍‌ ଶିଘ୍ର ଗ୍ରୀଡକୋ , ଏନ୍.ଟି.ପି.ସି. , ଶକ୍ତି , ଏବଂ ଅନ୍ୟାନ୍ୟ ସଂପୃକ୍ତ ବିଭାଗମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂଆ ୟୁନିଟ୍ ପ୍ରତିଷ୍ଠା , ଏବଂ ସ୍ଥାନୀୟ ବାସିନ୍ଦାମାନଙ୍କର ଅଭିଯୋଗର ଆଶୁ ସମାଧାନ ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ ହେବ । ଏହି ମିଳିତ କାର୍ଯ୍ୟଯୋଜନାର ତ୍ଵରାନିତ୍ବ କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ ବୋଲି ମଧ୍ୟ ମହାପାତ୍ର କହିଥିଲେ ।

Comments are closed.