ଏପ୍ରିଲ ପାଇଁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡଲାଇନ, ସ୍ଥାନୀୟ ପ୍ରଶାସନ କଂଟେନମେଂଟ ଜୋନ ନେଇ ନେବେ ନିଷ୍ପତ୍ତି

ଭୁବନେଶ୍ୱର – ଏପ୍ରିଲ ମାସ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ସରକାର । ସଂକ୍ରମଣକୁ ଦେଖି ସ୍ଥାନୀୟ ପ୍ରଶାସନ କଂଟେନମେଂଟ୍ ଜୋନ୍ ପାଇଁ ନିଷ୍ପତ୍ତି ନେଇପାରିବେ । ଜିଲ୍ଲାପାଳ ଓ ପୌର ପରିଷଦ ଏ ବାବଦରେ ନିଷ୍ପତ୍ତି ନେଇପାରିବେ ।

କୋରୋନା ମୁକାବିଲା ପାଇଁ ଟେଷ୍ଟିଂ,ଟ୍ରାକିଂ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦିଆଯାଇଛି । ବିଶାଳ ଜନ ସମାବେଶକୁ ନିଷେଧ କରିଛନ୍ତି ରାଜ୍ୟ ସରକାର । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ସର୍ତ୍ତମୂଳକ ଭାବେ ସଭାସମିତି ହୋଇପାରିବ । ସ୍କୁଲ ଖୋଲିବ କି ନାହିଁ , ସେ ବାବଦରେ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେବ । ପିପିଲି ଉପନିର୍ବାଚନ ଦୃଷ୍ଟିରୁ ରାଜନୈତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି । ସର୍ବାଧିକ ୨୦୦ ଲୋକଙ୍କୁ ନେଇ ରାଲି କରିପାରିବେ ରାଜନୈତିକ ଦଳ ।

Comments are closed.