ଗଜପତି ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନସଫର୍ମେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ୫-ଟି ସଚିବ

ପାରଳାଖେମୁଣ୍ଡି – ୫-ଟି ସଚିବ ଭି.କେ ପାଣ୍ଡିଆନ ଗଜପତି ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନସଫର୍ମେସନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନସ୍ଥ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲାର ୫ଟି ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ବିକାଶ ନିମନ୍ତେ ରୂପାନ୍ତରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏସବୁ ସ୍କୁଲରେ ଅତ୍ୟାଧୁନିକ ଭିତ୍ତିଭୂମି ଓ ସୁବିଧାସୁଯୋଗ ରହିବ ।

ଯେଉଁ ସବୁ ସ୍କୁଲରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ସେଗୁଡିକ ହେଲା –ପାରଳାଖେମୁଣ୍ଡିର ଏମଆର୍ ବାଳକ ଉଚ୍ଚ ବିଦ୍ୟାଳୟ, ଗୁରୁଣ୍ଡିର ଏସକେସିଜି ଉଚ୍ଚ ବିଦ୍ୟାଳୟ, ଗୁମ୍ମାର ସରକାରୀ ଉଚ୍ଚ ବିଦ୍ୟାଳୟ, ଛେଳିଗଡର ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଶିଙ୍କୁଳିପଦରର ସରକାରୀ ୟୁଜି ଉଚ୍ଚ ବିଦ୍ୟାଳୟ ।

ଏସବୁ ସ୍କୁଲରେ ସ୍ମାର୍ଟ କ୍ଲାସରୁମର ସୁବିଧାସୁଯୋଗ ରହିବ । ଇ –ଲାଇବ୍ରେରୀ, ବିଜ୍ଞାନ ପରୀକ୍ଷାଗାର, କ୍ରୀଡା ସୁବିଧା, ରିଡିଂ ରୁମ୍ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ରହିବ । ୫-ଟି ସଚିବ ଭର୍ଚୁଆଲ ମୋଡରେ ସ୍କୁଲ୍ ଟ୍ରାନସଫର୍ମେସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଉପସ୍ଥିତ ଥିଲେ ।

Comments are closed.