ଓଡିଶା ପୋଲିସର ପ୍ରତିଷ୍ଠା ଦିବସରେ ଡିଜିପିଙ୍କ ବାର୍ତ୍ତା

ଭୁବନେଶ୍ୱର- ଆଜି ହେଉଛି ଓଡିଶା ପୋଲିସର ୮୬ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସମସ୍ତ ପୋଲିସ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ସେମାନଙ୍କ କର୍ତ୍ତବ୍ୟନିଷ୍ଠା, ଧୈର୍ଯ୍ୟ ଓ କଠିନ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ଡିଜିପି । ଓଡିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସମସ୍ତେ ମିଳିମିଶି ସଂକଳ୍ପ ନେବା ପାଇଁ ସେ ଆହ୍ୱାନ ଦେଇଛନ୍ତି ।

Comments are closed.