କନ୍ଧମାଳ ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ, ଉନ୍ନୟନମୂଳକ କାର୍ଯ୍ୟର ତଦାରଖ, ମେଡିକାଲ କଲେଜ ଅଗ୍ରଗତିର ସମୀକ୍ଷା

ଫୁଲବାଣୀ – ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫-ଟି ସଚିବ ଭି.କେ ପାଣ୍ଡିଆନ କନ୍ଧମାଳ ଜିଲ୍ଲା ଗସ୍ତ କରିଛନ୍ତି । ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲିଦେଖିବା ସହ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସ୍ମାର୍ଟ ସ୍କୁଲରେ ଅନ୍ତର୍ଭୁକ୍ତ ଫୁଲବାଣୀର ସର୍ବପୁରାତନ ଏଜେଓ ହାଇସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୁଲି ଦେଖିଛନ୍ତି । ପରେ କନ୍ଧମାଳ ମେଡିକାଲ କଲେଜର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ।

Comments are closed.