କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କୋରୋନା ମାମଲା ୪ ଶହ ଟପିଲା, ଦିନକରେ ୪୬୧ ନୂଆ ସଂକ୍ରମିତ

ଭୁବନେଶ୍ୱର- ଓଡିଶାରେ ଦିନକୁ ଦିନ କୋରୋନା ସଂକ୍ରମଣର ସଂଖ୍ୟା ବଢିବାରେ ଲାଗିଛି । ବହୁଦିନ ପରେ ରାଜ୍ୟରେ ଦୈନିକ ମାମଲା ୪ ଶହ ଟପିଛି । ଗତ ୨୪ ଘଂଟା ମଧ୍ୟରେ ୪୬୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡା ଜିଲ୍ଲାରୁ ସର୍ବାଧିକ ୮୬, ଖୋର୍ଦ୍ଧା ଜିଲ୍ଲାରୁ ୬୯, ସୁନ୍ଦରଗଡ ଜିଲ୍ଲାରୁ ୬୨, କଳାହାଣ୍ଡିରୁ ୩୬, ବରଗଡରୁ ୩୨, ଅନୁଗୁଳରୁ ୨୭, କଟକରୁ ୨୨, ସମ୍ବଲପୁରରୁ ୧୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୧୩, ନବରଙ୍ଗପୁରରୁ ୯, ପୁରୀରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ୫ ଜଣ ଚିହ୍ନଟ ହୋଇଛନ୍ତି ।

ସଂଗରୋଧରୁ ୨୭୨ ଓ ସ୍ଥାନୀୟ ଅଂଚଳୁ ୧୮୯ ଚିହ୍ନଟ ହୋଇଛନ୍ତି ।

Comments are closed.