୬ ମାସ ପରେ ସଂକ୍ରମଣରେ ରେକର୍ଡ ବୃଦ୍ଧି, ଦିନକରେ ଆଉ ୮୧ ହଜାର ମାମଲା, ୪୬୯ ମୃତ

ନୂଆଦିଲ୍ଲୀ – ଛଅ ମାସ ପରେ ଭାରତରେ କରୋନା ସଂକ୍ରମଣରେ ରେକର୍ଡ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୮୧,୪୬୬ ନୂଆ ମାମଲା ସାମ୍ନାକୁ ଆସିଛି । ଅକ୍ଟୋବର ୨ ପରେ ଦୈନିକ ସଂକ୍ରମଣ ୮୦ ହଜାର ଟପିଛି । ଉକ୍ତ ଦିନ ଭାରତରେ ୮୧,୪୮୪ ରୋଗୀ ଚିହ୍ନଟ ହୋଇଥିଲେ ।

ନୂଆ ରୋଗୀଙ୍କ ସହ ଭାରତରେ କରୋନାର ମୋଟ ମାମଲା ୧,୨୩,୦୩,୧୩୧କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଦେଶରେ ଏହି ମହାମାରୀରେ ଆଉ ୪୬୯ ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ଏଥିସହ ମୃତ୍ୟୁସଂଖ୍ୟା ୧,୬୩,୩୯୬ରେ ପହଞ୍ଚିଛି । ଡିସେମ୍ବର ୬ ପରେ ଦିନକରେ ଏହି ରୋଗୀରେ ଏତେ ସଂଖ୍ୟକ ଲୋକ ପ୍ରାଣ ହରାଇଛନ୍ତି । ନୂଆ ମାମଲା ବଢ଼ୁଥିବା ବେଳେ ଭାରତରେ ସୁସ୍ଥ ହାର ପ୍ରତିଶତ କମିଛି । ଏହି ହାର ବର୍ତ୍ତମାନ ୯୩.୬୭%କୁ ଖସି ଆସିଛି । ଦେଶରେ ଏଯାବତ୍ ୧,୧୫,୨୫,୦୩୯ ଲୋକ ସୁସ୍ଥ ହୋଇଛନ୍ତି । ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଭାରତରେ ଏବେ ୬ ଲକ୍ଷ ୬୩ ହଜାର ୩୯୬ ସକ୍ରିୟ ରୋଗୀ ଅଛନ୍ତି ।

Comments are closed.