ଭୁବନେଶ୍ୱରରେ ଲକଡାଉନ, ସଟଡାଉନ୍ କଥା ଚିନ୍ତା କରାଯାଉନାହିଁ : ବିଏମସି କମିଶନର

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ନେଇ ବିଏମସି ସଜାଗ ରହିଥିବା କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ବର୍ତ୍ତାନ ଲକ୍‌ଡାଉନ ଓ ସଟ୍‌ଡାଉନ କଥା ଚିନ୍ତା କରାଯାଉ ନାହିଁ । ଏନଫୋର୍ସମେଂଟ୍ , ମାଇକ୍ରୋ କଂଟେନମେଂଟ୍ ଓ ସଚେତନତା ଉପରେ ବିଏସପି ଗୁରୁତ୍ୱ ଦେଉଥିବା ଚୌଧୁରୀ ପ୍ରେସମିଟରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆବାସିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ଶିକ୍ଷାନୁଷ୍ଠାନ ମଧ୍ୟ ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି । ସରକାରୀ ଅଫିସରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ସମ୍ ହସପିଟାଲରେ ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି ଚୌଧୁରୀ କହିଛନ୍ତି ।

Comments are closed.