କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର

କଟକ – କଟକ ଏସସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ହାଇଦର ଚମ୍ପଟ ମାରିଥିବା ସୂଚନା ମିଳିଛି । ମେଡିକାଲର ସର୍ଜରୀ ବିଭାଗରେ ସେ ଚିକିତ୍ସିତ ହେଉଥିଲା । ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ହାଇଦର ଫେରାର ହୋଇଯାଇଥିବା ସୂଚନା ମିଳିଛି । ୧୨ ଦିନ ତଳେ ଚିକିତ୍ସା ପାଇଁ ଏସସିବିରେ ଭର୍ତ୍ତି ହୋଇଥିଲା ହାଇଦର । ବୁର୍ଲା ମେଡିକାଲରୁ ରେଫର ହୋଇ ଏସସିବି ଆସିଥିଲା ହାଇଦର । ସୁଲେମାନ ହତ୍ୟାକାଣ୍ଡରେ ତାଙ୍କୁ ଜେଲ୍ ଦଣ୍ଡ ହୋଇଥିଲା ।

Comments are closed.