ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀଙ୍କ ରାଜବାଟୀ ପରିକ୍ରମା, ସମ୍ଭାବ୍ୟ ଭିଡ ଦୃଷ୍ଟିରୁ ୧୪୪ ଧାରା ଜାରି କଲା ପ୍ରଶାସନ

ବ୍ରହ୍ମପୁର- ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରାରେ ପୁଣି ଲାଗିଲା ୧୪୪ ଧାରା । ଆଜି ସଂଧ୍ୟା ୬ଟାରୁ ରାତି ୧୦ଟା ଯାଏଁ କଟକଣା ଜାରି କରାଯିବ । ଆଜି ସଂଧ୍ୟାରେ ମାଆ ଅସ୍ଥାୟୀ ମଣ୍ଡପରୁ ମହୁରୀ ରାଜବାଟୀ ଯିବେ । ଭିଡ ଓ କୋଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ମାଆଙ୍କ ରାଜବାଟୀ ପରିକ୍ରମା ବେଳେ ୨୦ଜଣ ପୂଜକ ହିଁ ରହିପାରିବେ । ପରିକ୍ରମା ବେଳେ ଆଳତି, ପ୍ରସାଦ ସେବନ, ନଡିଆ ଭଙ୍ଗା ମନା ହୋଇଛି । କାର୍ଯ୍ୟକ୍ରମରେ ଜନସାଧାରଣଙ୍କ ସମାଗମକୁ ଉପଜିଲ୍ଲାପାଳ ନିଷେଧ କରିଛନ୍ତି ।

Comments are closed.