ହିଞ୍ଜିଳିକାଟୁ ପୌରାଂଚଳରେ ‘ପୋଷାକ’ ଅଭିଯାନ

ହିଞ୍ଜିଳି-ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ହିଞ୍ଜିଳିକାଟୁ ପୌରାଂଚଳରେ ଆରମ୍ଭ କରାଯାଇଛି ‘ପୋଷାକ’ ନାମକ ଦାତବ୍ୟ ଅଭିଯାନ । ଏହି ଅଭିଯାନ ଅନ୍ତର୍ଗତ ଏକ ‘ପୋଷାକ’ ହବ୍ ଖୋଲାଯାଇଛି । ହବ୍ ଜରିଆରେ ଲୋକଙ୍କଠାରୁ ଅଦରକାରୀ ପୋଷାକ ପତ୍ର ସଂଗ୍ରହ କରାଯାଉଛି ।

ସେଗୁଡିକୁ ସଫାସୁତୁରା କରାଯାଇ ଇସ୍ତ୍ରୀ ଦିଆଯାଉଛି । ଚିରା ପୋଷାକଗୁଡିକୁ ସିଲାଇ ବି କରାଯାଉଛି । ସବୁ ସଂଗୃହୀତ ପେ।।ଷାକକୁ ଯତ୍ନର ସହ ପ୍ୟାକିଂ କରାଯାଇ ଆବଶ୍ୟକ ଦରକାର ଥିବା ଲୋକଙ୍କୁ ଦିଆଯାଉଛି । ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଦ୍ୱାରା ପୋଷାକ ହବ୍ ପରିଚାଳିତ ହେଉଛି । ପ୍ରଶାସନର ଏ ପ୍ରକାର ଉଦ୍ୟମକୁ ଜନସାଧାରଣ ପ୍ରଶଂସା କରିଛନ୍ତି ।

Comments are closed.