ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ ଖୋଲିବା ପ୍ରସଙ୍ଗ : ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର- ରାଜ୍ୟରେ ମନ୍ଦିର ଖୋଲିବା ନେଇ ଆଶା ସଂଚାର ହୋଇଛି । ଏ ନେଇ ସବୁ ଜିଲ୍ଲାପାଳଙ୍କୁ ରିପୋର୍ଟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ । କୋଭିଡ ନିୟମ ମାନି କିଭଳି ମନ୍ଦିର ଖୋଲାଯାିପାରିବ, ସେ ବିଷୟରେ ରିପୋର୍ଟ ମଗାଯାଇଛି । ପୁରୀ ଶ୍ରୀମନ୍ଦିର ପ୍ରଶାସକଙ୍କୁ ମଧ୍ୟ ରିପୋର୍ଟ ମଗାଯାଇଛି । ୧୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଧର୍ମର ଉପାସନା ପୀଠ ଖୋଲିବା ନେଇ ବି ରିପୋର୍ଟ ମାଗିଛନ୍ତି ମୁଖ୍ୟ ଶାସନ ସଚିବ ।

ଏଣେ ରାଜ୍ୟ ଦୋବୋତର କମିଶନର ଚିତରଂଜନ ମହାପାତ୍ର ସୂଚନା ଦେଇଛନ୍ତି ଯେ, ନିର୍ଦ୍ଦେଶ ପାଇଲା ପରେ ଆଲୋଚନା କରି ଏ ବାବଦରେ ନିଷ୍ପତି ନିଆଯିବ । ଦେବୋତର କମିଶନଙ୍କ ଅଧିନରେ ପ୍ରାୟ ୧୮ ହଜାର ମନ୍ଦିର ରହିଛି । କୋଭିଡ ଗାଇଡଲାଇନ୍ସ ମାନି ମନ୍ଦିର ଖୋଲିଲେ କିଛି ଅସୁବିଧା ନାହିଁ ବୋଲି ସେ କହିଛନ୍ତି ।

Comments are closed.