ଜେଲ୍ ଦଣ୍ଡାଦେଶ ପରେ ଦିଲ୍ଲୀପ ରାୟଙ୍କୁ ମିଳିଲା ବେଲ୍

ନୂଆଦିଲ୍ଲୀ – କୋଇଲା ଆବଂଟନ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ତିନି ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଜାମିନ ମିଳିଛି ।

ଜଣେ ଜାମିନଦାର ଓ ଲକ୍ଷେ ଟଙ୍କା ବେଲ୍ ବଣ୍ଡରେ ଦିଲ୍ଲୀପଙ୍କୁ ଜାମିନ ମିଳିଛି । ଦିଲ୍ଲୀପଙ୍କ ସହ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଜାମିନ ଦେଇଛନ୍ତି କୋର୍ଟ ।

କୋଇଲା ଆବଂଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ଦିଲ୍ଲୀପ ରାୟଙ୍କୁ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

Comments are closed.