ଲଦ୍ଦାଖ ସୀମୀରେ ପ୍ରତିକୂଳ ପରିସ୍ଥିତିର ସାମନା ପାଇଁ ପ୍ରସ୍ତୁତ ରହିବାକୁ ତିନି ସେନାକୁ ସିଡିଏସ ଜେନେରାଲ ବିପିନ ରାୱତଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ – ଲଦ୍ଦାଖ ସୀମାରେ ମୁତୟନ ଦେଶର ଯବାନମାନଙ୍କ ପାଇଁ ଦୀପଟିଏ ଜାଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିବା ବେଳେ ଚିଫ୍ ଅଫ ଡିଫେନ୍‌ସ ଷ୍ଟାଫ୍ –ସିଡିଏସ ଜେନେରାଲ ବିପିନ ରାୱତ ତିନି ସେନାର ସୈନ୍ୟଙ୍କୁ ଯେକୌଣସି ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମନା କରିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ନୌସେନାର ସମୁଦ୍ର କମାଣ୍ଡୋଙ୍କୁ ପୂର୍ବ ଲଦ୍ଦାଖରେ ମୁତୟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯେଉଁଠି କି ଭାରତୀୟ ସେନା ଗୋଗରା ହଟ୍ ସ୍ପ୍ରିଙ୍ଗସରେ ପୈଙ୍ଗୋଗ୍ ଟାଗନ ହ୍ରଦର ଦୁଇ ପାଶ୍ୱର୍ରେ ଚୀନର ପିପୁଲସ ଲିବରେସନ ଆର୍ମି-ପିଏଲଏ ସହ ମୁହାଁମୁହିଁ ସ୍ଥିତିରେ ରହିଛି ।

ଭାରତୀୟ ସ୍ୱତନ୍ତ୍ର ବାହିନୀ ସହ ଏମଏଆରସିଓଏସକୁ ବି ସେଠାରେ ମୁତୟନ କରାଯିବ, ଯେଉଁମାନେ କି ପ୍ରବଳ ତୁଷାରପାତ ଓ ହାଡଭଙ୍ଗା ଶୀତର ବି ସାମନା କରିବା କ୍ଷମତା ରଖନ୍ତି । ଜେନେରାଲ ବିପିନ ରାୱତ କହିଛନ୍ତି ଯେ, ଲଦ୍ଦାଖରେ ପରିସ୍ଥିତି ସାମାନ୍ୟ ନାହିଁ । ଏଠାରେ କେତେବେଳେ ବି ପରିସ୍ଥିତି ବଦଳିପାରେ । ତେଣୁ ସବୁ ବିପରୀତ ପରିସ୍ଥିତିର ସାମନା କରିବାକୁ ପାଇଁ ପ୍ରସ୍ତୁତ ହୋଇ ରହିବାକୁ ତିନି ସେନାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.