ଚନ୍ଦ୍ରପୃଷ୍ଠର ସୂର୍ଯ୍ୟାଲୋକ ପଡୁଥିବା ଅଂଚଳରେ ପାଣିର ସନ୍ଧାନ କରିଥିବା ଦାବି କଲା ନାସା, ସୋଫିଆ ଟେଲିସ୍କୋପ କରିଥିଲା ଅନ୍ୱେଷଣ

ୱାଂସିଟନ – ଚନ୍ଦ୍ରପୃଷ୍ଠରେ ପାଣି ଥିବା ନେଇ ଦାବି କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା । ଚନ୍ଦ୍ରପୃଷ୍ଠରେ ସୂ ର୍ଯ୍ୟ କିରଣ ପଡୁଥିବା ଅଂଚଳରେ ପାଣିର ସନ୍ଧାନ ମିଳିଛି ବୋଲି ନାସା କହିଛି । ନାସାର ଷ୍ଟ୍ରାଟୋସ୍ଫିୟର ଅବଜେରଭେଟୋରୀ ଫର୍ ଇଂଫ୍ରାରେଡ୍ ଆଷ୍ଟ୍ରୋନୋମି –ସୋଫିଆ ଟେଲିସ୍କୋପ ଦ୍ୱାରା ଚନ୍ଦ୍ରମାରେ ପାଣିର ସନ୍ଧାନ କରିଛି । ସୋଫିଆ ହେଉଛି ବିଶ୍ୱର ସର୍ବବୃହତ ଉଡନ୍ତା ଟେଲିସ୍କୋପ୍ ।

ଚନ୍ଦ୍ରର ଦକ୍ଷିଣ ମେରୁ ସ୍ଥିତ, ପୃଥିବୀରୁ ଦେଖାଯାଇପାରୁଥିବା ସବୁଠୁ ବଡ ଗର୍ତମଧ୍ୟରୁ ଅନ୍ୟତମ କ୍ଲୋଭିୟସ କ୍ରେଟରରେ ପାଣିର ଅଣୁ (ଏଚ୨ଓ)ର ସନ୍ଧାନ କରିଛି ସୋଫିଆ । ପୂର୍ବରୁ ହୋଇଥିବା ଅଧ୍ୟୟନରେ ଚନ୍ଦ୍ର ପୃଷ୍ଠରେ ହାଇଡ୍ରୋଜେନର କିଛି ସ୍ୱରୂପର ସନ୍ଧାନ ମିଳିଥିଲା । କିନ୍ତୁ ପାଣିର ନିକଟତର ହାଇଡ୍ରୋକିସଲ୍ (ଓଏଚ୍ )ର ସନ୍ଧାନ ମିଳି ନ ଥିଲା ।

Comments are closed.