ଅକ୍ଟୋବର ମାସର ଅନଲକ୍ ୫.୦ ନିୟମାବଳୀ ନଭେମ୍ବର ପାଇଁ ବି ଲାଗୁ , କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ – ଚଳିତ ମାସ ପାଇଁ ଲାଗୁ ହୋଇଥିବା ଅନଲକ୍ ୫.୦ ନିୟମାବଳୀ ନଭେମ୍ବର ମାସ ପାଇଁ ମଧ୍ୟ ଲାଗୁ ହେବ । ଏ ସଂପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି ।

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଅନଲକ୍ ୫.୦ର ନିୟମାବଳୀ ଆସନ୍ତା ନଭେମ୍ବର ୩୦ ତାରିଖ ଯାଏଁ ବଳବତର ରହିବ । ଏଥିସହିତ ପାର୍ବଣ ଋତୁରେ କୋଭିଡ ଗାଇଡଲାଇନର କଡାକଡି ପାଳନ ଲାଗି ପଦକ୍ଷେପ ନେବାକୁ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖିଛନ୍ତି ।

Comments are closed.