ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଅଦଳବଦଳ, ପରାଗ ଗୁପ୍ତା ହେଲେ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ

ଭୁବନେଶ୍ୱର- ରାଜ୍ୟରେ ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଅଦଲବଦଳ ହୋଇଛି । ପରାଗ ଗୁପ୍ତା ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ ହୋଇଛନ୍ତି । ୧୯୮୮ ବ୍ୟାଚର ଗୁପ୍ତା ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ । ସୁରେନ୍ଦ୍ର କୁମାରଙ୍କୁ ଓଡିଶା ଖଣି ନିଗମର ଅତିରିକ୍ତ ଦାୟିତ୍ୱ ମିଳିଛି । ସେ ବର୍ତମାନ ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଅଛନ୍ତି ।

ଜି. ମାଥିଭାଥନନଙ୍କୁ ସିିଡିଏ ଅଧ୍ୟକ୍ଷ ଭାବେ ଦିଆଯାଇଛି ଅତିରିକ୍ତ ଦାୟିତ୍ୱ । ସେ ଏବେ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଅଛନ୍ତି । ମାନସୀ ନିମ୍ଭାଲ ଓଏସଏସ୍ ବୋର୍ଡର ସଦସ୍ୟ ସଚିବ ହୋଇଛନ୍ତି । ମାନସୀ ଟିଡିକଲ୍ ଏମଡି ଭାବେ ବି ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ । ୨୦୧୪ ବ୍ୟାଚର ୟେଦୁଲା ବିଜୟଙ୍କୁ ଓରେଡାର ଅତିରିକ୍ତ ଦାୟିତ୍ୱ ମିଳିଛି । ବିଜୟ ଏବେ ଯୋଜନା ଓ ସଂଯୋଜନା ବିଭାଗର ଉପସଚିବ ଅଛନ୍ତି ।

Comments are closed.