କେନ୍ଦୁଝର ଜିଲ୍ଲାରେ ଆଗାମୀ ୨ ମାସ ଯାଏଁ ବନ୍ଦ ରହିବ ଧର୍ମାନୁଷ୍ଠାନ

କେନ୍ଦୁଝର- କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦୁଝର ଜିଲ୍ଲାରେ ଆଗାମୀ ୨ ମାସ ଯାଏଁ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବ ନାହିଁ । ଜିଲ୍ଲାପାଳ ଆଶିଷ ଠାକରେ ଏହି ସୂଚନା ଦେଇଛନ୍ତି । ଶ୍ରୀବଳଦେବଜୀଉ ମନ୍ଦିର ଓ ମାଆ ତାରିଣୀ ମନ୍ଦିର ପରିଚାଳନା କମିଟି ସହ ଏ ବାବଦରେ ଆଲୋଚନା କରାଯାଇଥିଲା । ତେବେ,କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା ଥିବାରୁ ଏବେ ମନ୍ଦିର ନ ଖୋଲିବାକୁ କମିଟିଗୁଡିକ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନଲକ୍ ୬.୦ ଗାଇଡଲାଇନ୍ସରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନିଷ୍ପତି ନେବେ ବୋଲି କୁହାଯାଇଥିଲା ।

Comments are closed.