ରାଜ୍ୟରେ ଶିଳ୍ପାୟନକୁ ମିଳିଲା ବଳ, ୯୨ ହଜାର ୭୧୩ କୋଟିର ୫ଟି ମେଗା ପୁଂଜି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର- ସାରା ବିଶ୍ୱରେ କେରୋନା ମହାମାରୀ ସ୍ଥିତି ଓ ଅର୍ଥନୈତିକ ମାନ୍ଦାବସ୍ଥା ସତ୍ୱେ ଓଡିଶା ଶୈଳ୍ପିକ ବିକାଶକୁ ଦୃଢ କରିପାରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ୨୪ତମ ଉଚ୍ଚସ୍ତରୀୟ କ୍ଲିୟରାନସ ଅଥୋରିଟି ବୈଠକରେ ୯୨ ହଜାର ୭୧୩ କୋଟି ଟଙ୍କା ମୂଲ୍ୟର ୫ଟି ମେଗା ପୁଞ୍ଜି ନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ମେଟାଲ ସେକ୍ଟରରେ ଏହି ପୁଂଜି ନିବେଶ ପ୍ରସ୍ତାବ ଆସିଥିଲା । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶିଳ୍ପର ଅଭିବୃଦ୍ଧି ତ୍ୱରାନ୍ୱିତ କରିବା ଉପରେ ଗୁୁରୁତ୍ୱାରୋପ କରିବା ସହ କର୍ମନିଯୁକ୍ତି ସୃଷ୍ଟି ଉପରେ ସମନ୍ୱୟ ରଖି କାମ କରିବାକୁ ରାଜ୍ୟ ସରକାରଙ୍କ ସବୁ ଏଜେନସୀକୁ ସମନ୍ୱୟ ରଖି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଶିଳ୍ପ ପ୍ରକଳ୍ପର ସମୀକ୍ଷା କରିବା ସହ ତାଙ୍କୁ ନିୟମିତ ବ୍ୟବଧାନରେ ଅଗ୍ରଗତି ନେଇ ଜଣାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟକୁ ପୁଂଜିନିବେଶ ପ୍ରସ୍ତାବ ଆସିବା ଜାରି ରହିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶାରେ ଶୈଳ୍ପିକ ଅର୍ଥନୀତିର ପୁନରୁଦ୍ଧାର ଶୀଘ୍ର ହୋଇଛି ବୋଲି ସେ କହିଛନ୍ତି । ୨୦୨୦, ଫେବ୍ରୁଆରୀରୁ ରାଜ୍ୟ ୧ ଦଶମିକ ୧୭ ଲକ୍ଷ କୋଟି ମୂଲ୍ୟର ପୁଂଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରିସାରିଛି । ଏହାଦ୍ୱାରା ୫୩ ହଜାର ଲୋକଙ୍କ କର୍ମନିଯୁକ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି । ଏସବୁ ଶିଳ୍ପ ପ୍ରକଳ୍ପ ଦ୍ୱାରା ରାଜ୍ୟର ସମସ୍ତ କୌଶଳ ସ୍ତରରେ କର୍ମନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ ।

Comments are closed.