ଏବେ ହ୍ୱାଟସଆପ୍ ପେ’ ଜରିଆରେ କରିହେବ ଟଙ୍କା ଦେଣନେଣ, ୟୁପିଆଇ ବେସ୍‌ଡ ପେମେଂଟ୍ ପାଇଁ ହ୍ୱାଟସଆପ୍‌କୁ ମିିଳିଲା ଅନୁମତି

ନୂଆଦିଲ୍ଲୀ – ହ୍ୱାଟସଆପ୍‌କୁ ଭାରତରେ ୟୁପିଆଇ ବେସ୍‌ଡ ପେମେଂଟ୍ କରିବାକୁ ଅନୁମତି ମିଳିଯାଇଛି । ଏହା ଦ୍ୱାରା ଆପଣ ଖୁବ୍ ଶୀଘ୍ର ହ୍ୱାଟସଆପ୍ ଜରିଆରେ ଟଙ୍କା ଦେଣନେଣ କରିପାରିବେ । ନ୍ୟାସନାଲ ପେମେଂଟ୍ କର୍ପୋରେସନ ଅଫ୍ ଇଣ୍ଡିଆ- ଏନପିସିଆଇ ପକ୍ଷରୁ ମିଳିଥିବା ଅନୁମତି ଫଳରେ ଏଣିକି ୟୁପିଆଇ ବେସ୍‌ଡ ପେମେଂଟ୍ ମାମଲାରେ ପେଟିଏମ୍ , ଗୁଗୁଲ ପେ ଓ ଫୋନ୍‌ପେ ସହ ହ୍ୱାଟସଆପ୍‌ର ପ୍ରତିଯୋଗିତା ହେବ । ଆପଣ ଏବେ ସହଜରେ ହ୍ୱାଟସଆପ୍ ଜରିଆରେ ଟଙ୍କା ଟ୍ରାନସଫର କରିପାରିବେ ।

ହ୍ୱାଟସଆପ୍‌ର ୟୁପିଆଇ ବେସ୍‌ଡ ସିଷ୍ଟମ ହ୍ୱାଟସଆପ୍ ପେ ବିଟା ଭର୍ସନରେ ୨୦୧୮ରୁ ଚାଲିଆସୁଛି । ଏହାର ପାଖାପାଖି ୧୦ ଲକ୍ଷ ୟୁଜର ଅଛନ୍ତି । ବର୍ତମାନ ଏହି ସର୍ଭିସ ନନ୍ ବିଟା ୟୁଜର୍ସମାନଙ୍କ ପାଇଁ ବି ଆରମ୍ଭ ହେବ । ହ୍ୱାଟସଆପ୍ ପର୍ଯ୍ୟାୟକ୍ରମେ ନିଜର ୟୁଜର ବେସ୍ ବୃଦ୍ଧି କରିପାରିବ । ହ୍ୱାଟସଆପ୍ ଅତିବେଶୀରେ ୨ କୋଟି ୟୁଜରଙ୍କୁ ନେଇ ମନି ଟ୍ରାଞ୍ଜାକସନ୍ ବ୍ୟବସ୍ଥା ଆରମ୍ଭ କରିପାରିବ ।

ହ୍ୱାଟସଆପ୍‌ର ଏହି ଫିଚର ଜରିଆରେ ୟୁଜର୍ସ ନିଜର କଂଟାକ୍ଟ ଲିଷ୍ଟରେ ଥିବା ସଦସ୍ୟଙ୍କୁ ଟଙ୍କା ପଠାଇପାରିବେ । ଏହା ୟୁପିଆଇ ଜରିଆରେ କାମ କରୁଥିବାରୁ ୟୁଜର୍ସମାନଙ୍କୁ ନେଣଦେଣ ପାଇଁ ଆଇଏଫଏସସି କୋଡ୍ ଆବଶ୍ୟକ ହେବ ନାହିଁ । ହ୍ୱାଟସଆପ୍ ପେମେଂଟ୍ ଦୁଇ ପ୍ରକାରରେ କରାଯାଇପାରିବ । ଯଦି ଆପଣଙ୍କ ପାଖରେ ୟୁପିଆଇ ଆକାଉଂଟ ଅଛି,ତାହା ହେଲେ ଏହା ମାଧ୍ୟମରେ ନେଣଦେଣ କରିହେବ । ଯଦି ଏହା ନାହିଁ, ତାହାହେଲେ ଆପଣଙ୍କୁ ହ୍ୱାଟସଆପ୍‌ରେ ଆକାଉଂଟ ଖୋଲିବାକୁ ହେବ ।

Comments are closed.