ଇ-ବିଧାନସଭା ପାଇଁ ତାଲିମ ଆରମ୍ଭ , ପ୍ରଥମ ପର୍ଯ୍ୟାୟରେ ପ୍ରାଶାସନିକ କର୍ମଚାରୀଙ୍କୁ ତାଲିମ

ଭୁବନେଶ୍ୱର- ଓଡିଶା ବିଧାନସଭାକୁ ପେପରଲେସ୍ ବା ଇ-ବିଧାନସଭା କରିବାକୁ ଆଜିଠାରୁ ତାଲିମ ପ୍ରଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ବିଧାନସଭା କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏ କ୍ରମରେ ଆଜିଠାରୁ ସେମାନଙ୍କ ତାଲିମ ଆରମ୍ଭ ହୋଇଛି । ଆସନ୍ତାବର୍ଷ ଏପ୍ରିଲ ମାସରେ ବିଧାୟକମାନଙ୍କୁ ତାଲିମ ଦିଆଯିବ । ତାଲିମ ପ୍ରଦାନ ଦାୟିତ୍ୱରେ ଏନଆଇସି ଓ ଓକାକ୍‌ର ବିଶେଷଜ୍ଞମାନଙ୍କୁ ନିୟୋଜିତ କରାଯାଉଛି । ପ୍ରତିଦିନ ତିନିଟି ବିଭାଗର କର୍ମଚାରୀଙ୍କୁ ତାଲିମ ଦିଆଯିବ ।

Comments are closed.