ଭଦ୍ରକ ପୁରୁଣାବଜାର ଥାନାରେ ଅଗ୍ନିକାଣ୍ଡ, ଓଏସଏପିର ତିନି ଯବାନ ଗୁରୁତର

ଭଦ୍ରକ- ବାରିପଦା ଓଏସପିଓର ପଂଚମ ବ୍ୟାଟାଲିୟନର ୩ ଯବାନ ନିଆଁରେ ପୋଡି ହୋଇ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭଦ୍ରକ ପୁୁରୁଣାବଜାର ଥାନାରେ ଏହି ଘଟଣା ଘଟିଛି । ଏଠାରେ ପଚମ ବ୍ୟାଟାଲିୟନର ଯବାନ ଡ୍ୟୁଟି କରୁଥିଲେ । ଡ୍ୟୁଟି ସରିବା ପରେ ଥାନା ପରିସରରେ ଥିବା ଷ୍ଟୋରରୁମ ନିକଟରେ ଶୋଇଥିଲେ ଯବାନ । ସେମାନେ ଶୋଇଥିବାବେଳେ ନିଆଁ ଲାଗିଯାଇଥିଲା । ନିଆଣରେ ପୋଡି ଗୁରୁତର ହୋଇଥିବା ଯବାନମାନେ ହେଲେ ମନୋରଞ୍ଜନ ଘଡାଇ, ସଂଗ୍ରାମ ଟୁଡୁ ଓ ଗଣେଶ ନାୟକ ।

Comments are closed.