ବିହାରରେ ଭୋଟ୍ ଗଣତି ଜାରି, ଟ୍ରେଣ୍ଡ୍ ଅନୁସାରେ ନୀତୀଶଙ୍କୁ ଶକ୍ତ ଧକ୍କା, ଏନଡିଏ ମଧ୍ୟରେ ଜେଡିୟୁକୁ ପଛରେ ପକାଇ ବିଜେପି ବଡ ଦଳ, ଚିରାଗଙ୍କ ରଣନୀତି ସଫଳ

ପାଟନା- ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତିରେ ପ୍ରଥମେ ପଛୁଆ ରହିଲା ପରେ ଏବେ ଟ୍ରେଣ୍ଡ୍ ଅନୁସାରେ ଏନଡିଏ , ମହାମେଂଟଠାରୁ ଆଗରେ ରହିଛି । ତେବେ, ଅଧିକାଂଶ ଆସନରେ ପ୍ରାର୍ଥୀଙ୍କ ବିଜୟ ବ୍ୟବଧାନ ବହୁତ୍ କମ୍ ରହିବା ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏକ ବଡ କଥା ହେଲା ବିଜେପି ସବୁଦଳଠାରୁ ଅଧିକ ଆସନ ପାଇ ବଡ ଦଳ ହେବା ସମ୍ଭାବନା ସୃଷ୍ଟି ହୋଇଛି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ବିଜେପିକୁ ୭୦ରୁ ଅଧିକ ଆସନ ମିଳିପାରେ । ଏନଡିଏ ମଧ୍ୟରେ ଜେଡିୟୁ ବିଜେପି ପଛରେ ଦ୍ୱିତୀୟ ସ୍ଥାନରେ ରହିଛି । ମାନେ ଏନଡିଏ ମଧ୍ୟରୁ ନୀତୀଶଙ୍କ ଦଳ ଅପେକ୍ଷା ବିଜେପିକୁ ଅଧିକ ଆସନ ମିଳିବା ସମ୍ଭାବନା ଅଛି ।

ସେପଟେ ମହାମେଂଟରେ ସ୍ୱାଭାବିକ ଭାବେ ଆରଜେଡି ଅଧିକ ଆସନ ପାଇଛି । କିନ୍ତୁ ପୂର୍ବାପେକ୍ଷା ଅଧିକ ଆସନ ପାଇବା ପାଇଁ କଂଗ୍ରେସର ଆଶା ପୂରଣ ହେଲା ଭଳି ଲାଗୁନାହିଁ ।

ଚିରାଗ ପାଶ୍ୱାନଙ୍କ ଏଲଜେପି ନୀତୀଶ କୁମାରଙ୍କ ଜେଡିୟୁର କ୍ଷତି କରିବାରେ ସଫଳ ହୋଇଛି । ବର୍ତମାନର ଟ୍ରେଣ୍ଡ୍ ଅନୁସାରେ ଦଳକୁ ମାତ୍ର ହାତଗଣତି କିଛି ଆସନ ମିଳିପାରେ । କିନ୍ତୁ ନୀତୀଶଙ୍କ ବିରୋଧରେ ଚିରାଗଙ୍କ ରଣନୀତି ସଫଳ ହୋଇଥିବା ଜଣାପଡୁଛି ।

Comments are closed.