ଘରୁ ମିଳିଲା ବଲିଉଡ ଅଭିନେତା ଆସିଫ ବାସ୍ରାଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

ନୂଆଦିଲ୍ଲୀ – ହିମାଚଳ ପ୍ରଦେଶ ଧର୍ମଶାଳାର ଏକ ଘରୋଇ ଗେଷ୍ଟ ହାଉସରେ ଶୁକ୍ରବାର ବଲିଉଡ ଅଭିନେତା ଆସିଫ ବାସ୍ରାଙ୍କ ମୃତଦେହ ମିଳିଛି।

ଖବର ପାଇ ପୋଲିସ ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବାସ୍ରା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଆସିଫଙ୍କୁ ଶେଷ ଥର ଡିସ୍ନି + ହଟଷ୍ଟାର୍ ସିରିଜ୍ ‘ହୋଷ୍ଟେଜ୍’ର ଦ୍ୱିତୀୟ ସିଜନରେ ଦେଖିବାକୁ ମିଳିଥିଲା ।ଚଳିତ ବର୍ଷ ଆରମ୍ଭରେ ମୁକ୍ତିଲାଭ କରିଥିବା ଆମାଜନ ପ୍ରାଇମ୍ ର ‘ପାତାଲ ଲୋକ’ରେ ବାସ୍ରା ଏକ ମିଡିଆ ହାଉସର ବରିଷ୍ଠ କାର୍ଯ୍ୟନିର୍ବାହୀ ଭୂମିକାରେ ଅଭିନୟ କରିଥିଲେ । ଜବ୍ ଓ୍ବି ମେଟ୍, ଓ୍ବାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ, କ୍ରିଶ୍, ଏକ ଭିଲେନ୍ ଏବଂ ଆହୁରି ଅନେକ ଫିଲ୍ମ ରେ ମଧ୍ୟ ଆସିଫ ଙ୍କୁ ଦେଖିବାକୁ ମିଳିଥିଲା ।

ୱାନ ନାଇଟ୍ ଓ୍ବିଥ୍ ଏ କିଙ୍ଗସ୍, କ୍ୱିକସାଣ୍ଡ ଏବଂ ଆଉଟସୋର୍ସଡ୍ ପରି ବିଦେଶୀ ପ୍ରଡକ୍ସନରେ ମଧ୍ୟ ସେ ଅଭିନୟ କରିଥିଲେ ।

Comments are closed.