ମୁମ୍ବାଇ ବିମାନ ବନ୍ଦରରେ କ୍ରୁନାଲ ପାଣ୍ଡ୍ୟା ଅଟକ

ମୁମ୍ବାଇ: ଆଇପିଏଲ୍ ସରିବା ପରେ ୟୁଏଇରୁ ଆଜି ଭାରତ ଫେରିଥିବା କ୍ରିକେଟର କ୍ରୁନାଲ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ହଟହଟା ହେବାକୁ ପଡ଼ିଛି । ବିଦେଶରୁ ବେଆଇନ ଭାବେ ଦାମୀ ସାମଗ୍ରୀ ଆଣିବା ଅଭିଯୋଗରେ ରାଜସ୍ବ ଗୁଇନ୍ଦା ନିଦ୍ଦେର୍ଶାଳୟ (ଡିଆରଆଇ) ତାଙ୍କୁ ଅଟକ ରଖିଥିଲା ।

ସୂଚନା ଅନୁସାରେ ସେ ଧାର୍ଯ୍ୟ ପରିମାଣ ଠାରୁ ବିଦେଶରୁ ଅଧିକ ସୁନା ଓ ଅନ୍ୟ ଦାମୀ ସାମଗ୍ରୀ ଆଣିଥିବା ଅଭିଯୋଗ ହୋଇଥିଲା । କ୍ରୁନାଲ ନିଜ ଭୁଲ୍ ସ୍ୱୀକାର କରିଥିଲେ ଏବଂ ସେ ନିୟମ ବିଷୟରେ ଅବଗତ ନୁହଁନ୍ତି ବୋଲି କହିଥିଲେ। ଏଥିପାଇଁ ସେ କ୍ଷମା ମଧ୍ୟ ମାଗିବା ସହ ଭବିଷ୍ୟତରେ ଏଭଳି ଭୁଲ କରିବେ ନାହିଁ ବୋଲି କହିଛନ୍ତି। ତାଙ୍କ ଠାରୁ ଜରିମାନା ଆଦାୟ କରିବା ପରେ ଡିଆରଆଇ ତାଙ୍କୁ ଯିବାକୁ ଅନୁମତି ଦେଇଥିଲା ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ କ୍ରୁନାଲ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳନ୍ତି। କ୍ରୁନାଲ ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାନ ଭାଇ। ଦଳର ଖେଳାଳିମାନେ ଗୁରୁବାର ୟୁଏଇରୁ ଭାରତ ଫେରିଛନ୍ତି।

ମଙ୍ଗଳବାର ଅନୁଷ୍ଠିତ ଆଇପିଏଲ୍ ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ପାଞ୍ଚ ୱିକେଟରେ ପରାସ୍ତ କରି ପଞ୍ଚମ ଥର ପାଇଁ ଟାଇଟଲ୍ ଜିତିଥିଲା ।

ମୁମ୍ବାଇ ଇଣ୍ଡିଆନ୍ସର ଏହି ବିଜୟରେ କ୍ୟାପଟେନ ରୋହିତ ଶର୍ମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ଫାଇନାଲ ମ୍ୟାଚରେ ୫୧ ବଲରେ ୬୮ ରନର ଚିତ୍ତାକର୍ଷକ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୫ଟି
ଚୌକା ଓ ଦୁଇଟି ଛକା ସାମିଲ ଥିଲା।

Comments are closed.