କାମ୍ରାଙ୍କ ବିରୋଧରେ ଚାଲିବ ଅଦାଲତ ଅବମାନନା ମାମଲା; ସମ୍ମତି ଦେଲେ ଆଟର୍ଣ୍ଣି ଜେନେରାଲ

ନୂଆଦିଲ୍ଲୀ – ସୁପ୍ରିମକୋର୍ଟଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରି ଅଡ଼ୁଆରେ ଫସିଛନ୍ତି ହାସ୍ୟ କଳାକାର କୁନାଲ କାମ୍ରା । ଅଦାଲତ ଅବମାନନା ପାଇଁ କାମ୍ରାଙ୍କ ବିରୋଧରେ ମକଦ୍ଦମା ଚାଲିବ । ଏନେଇ ଆଟର୍ଣ୍ଣି ଜେନେରାଲ କେ.କେ ବେଣୁଗୋପାଲ କାମ୍ରାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସମ୍ମତି ଦେଇଛନ୍ତି। ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି – ଲୋକମାନେ ଭାବନ୍ତି ଯେ ସେମାନେ କୋର୍ଟଙ୍କ ଉପରେ କିଛି ବି କହିପାରିବେ । କିନ୍ତୁ ବାକ୍ ସ୍ବାଧୀନତାର ଅର୍ଥ ନୁହେଁ ଯେ ଅଦାଲତ ଅବମାନନା କରିବା ।

ସୁପ୍ରିମକୋର୍ଟ ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଜାମିନ ମଞ୍ଜୁର କରିବା ପରେ କୁନାଲ କାମ୍ରା କିଛି ବିବାଦୀୟ ଟ୍ୱିଟ୍ କରିଥିଲେ। ଏପରିକି ଅର୍ଣ୍ଣବଙ୍କ ଜାମିନ ଆବେଦନର ଶୁଣାଣି କରିଥିବା ଜଷ୍ଟିସ୍ ଡିଏ ଚନ୍ଦ୍ରଚୂଡଙ୍କୁ କାମ୍ରା ବିମାନ କର୍ମଚାରୀ ବୋଲି କହିଥିଲେ । ଏହା ପରେ ସ୍କନ୍ଦ ବାଜପେୟୀ ନାମକ ଜଣେ ଛାତ୍ର, କାମ୍ରାଙ୍କ ବିରୋଧରେ ଅବମାନନା ମାମଲା ରୁଜୁ କରିବାକୁ ଆବେଦନ କରିଥିଲେ।

ଜାନୁଆରୀରେ ଏକ ଫ୍ଲାଇଟରେ କାମ୍ରା ସାମ୍ବାଦିକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ପରେ ଇଣ୍ଡିଗୋ ଏବଂ ଅନ୍ୟ ବିମାନ କମ୍ପାନୀ କାମ୍ରାଙ୍କୁ ୬ ମାସ ମାସ ପାଇଁ ବାସନ୍ଦ କରିଥିଲେ।

Comments are closed.