ସୌମିତ୍ର ଚାଟାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର- ଦାଦାସାହେବ ଫାଲକେ ପୁରସ୍କାର ବିଜେତା ଓ ପଦ୍ମ ଭୂଷଣରେ ସମ୍ମାନିତ ଖ୍ୟାତନାମା ଚଳଚ୍ଚିତ୍ର ଅଭିନେତା ସୌମିତ୍ର ଚାଟାର୍ଜୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ଶୋକବାର୍ତାରେ କହିଛନ୍ତି ଯେ, କିମ୍ବଦନ୍ତୀ ନିର୍ମାତା ନିର୍ଦ୍ଦେଶକ ସତ୍ୟଜିତ ରାୟଙ୍କ ସହ ଫେଲୁଦା ଓ ଅନ୍ୟ କାଳଜୟୀ ଚରିତ୍ରକୁ ସ୍ମରଣୀୟ କରିପାରିଛନ୍ତି । ସୌମିତ୍ର ଚାଟାର୍ଜୀ ଏକ ମହାନ ପରମ୍ପରା ସୃଷ୍ଟି କରି ଯାଇଛନ୍ତି ବୋଲି ନବୀନ ଶୋକବାର୍ତାର କହିଛନ୍ତି ।

Comments are closed.