ଏସସିବି ମେଡିକାଲ କଲେଜ ଓ ହସପିଟାଲ୍ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କଲେ ୫-ଟି ସଚିବ, ତାଳଦଣ୍ଡା କେନାଲ ବନ୍ଧରେ ହେବ ୩ ଲେନ୍‌ର ରାସ୍ତା

ଭୁବନେଶ୍ୱର-କଟକର ଏସସିବି ମେଡିକାଲ କଲେଜ ଓ ହସପିଟାଲରେ ଏମସ୍‌ଠାରୁ ମଧ୍ୟ ଉନ୍ନତ ଚିକିତ୍ସା ଯୋଗାଇଦେବା ପାଇଁ ଚଳିତବର୍ଷ ଜାନୁଆରୀରେ କଟକ ଗସ୍ତ କରି ଯେଉଁ ସବୁ ଘୋଷଣା କରିଥିଲେ, ସେହି କାର୍ଯ୍ୟର ଅଗ୍ରଗତି ସଂପର୍କରେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ନେତୃତ୍ୱରେ ଏକ ଟିମ୍ କଟକ ଯାଇ ସମୀକ୍ଷା କରିଛନ୍ତି । ଏହି ଟିମରେ ପୂର୍ତ ଓ ଶକ୍ତି ସଚିବଙ୍କ ସମେତ କଟକ ଜିଲ୍ଲାପାଳ,କେନ୍ଦ୍ରାଚଂଳ ଆରଡିସି ଓ ସ୍ୱାସ୍ଥ୍ୟ ବିଭାଗର ପ୍ରତିନିଧିମାନେ ରହିଥିଲେ ।

ଚାଲିଥିବା କାର୍ଯ୍ୟର ସମୀକ୍ଷା ସହିତ ତାଳଦଣ୍ଡା କେନାଳର ଉଭୟ ପାଶ୍ୱର୍ରେ ୩ ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପାଇଁ ନିଷ୍ପତି ହୋଇଛି । ଏସସିବି ମେଡିକାଲର ସଂପ୍ରସାରମ ସହିତ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ ରୋଗୀମାନେ ଆସୁଛନ୍ତି । ତେଣୁ ଆମ୍ବୁଲାନ୍ସ ଓ ରୋଗୀ ଡାକ୍ତରଖାନାକୁ ସୁବିଧାରେ ଆସିବା ପାଇଁ ବର୍ତମାନ ତାଳଦଣ୍ଡା କେନାଳର ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ ଥିବା ରାସ୍ତା ଉପରେ ନିର୍ଭର କରୁଛନ୍ତି । ତେଣୁ ବନ୍ଧର ଉଭୟ ପାଶ୍ୱର୍ରେ ଥିବା ସଡକକୁ ଯୋବ୍ରା ନିକଟସ୍ଥ କଟକ ରିଙ୍ଗ୍ ରୋଡଠାରେ ସଂଯୋଗ ପାଇଁ ନିଷ୍ପତି ହୋଇଛି । ଏହା ହେଲେ ସହର ବାହାରୁ ଆସୁଥିବା ରୋଗୀମାନେ ତୁରନ୍ତ ବିନାବାଧାରେ ଏସସିବି ମେଡିକାଲ କଲେଜରେ ପହଂଚିପାରିବେ । ସେ ଅନୁସାରେ ୫-ଟି ସଚିବଙ୍କ ନେତୃତ୍ୱରେ କଟକ ଯାଇଥିବା ଟିମ୍ ଉଭୟ ପଟ ବନ୍ଧ ରାସ୍ତାକୁ ୩ ଲେନ୍ ବିଶିଷ୍ଟ କରିବା ପାଇଁ ନିଷ୍ପତି ନେଇଛନ୍ତି ।

ବର୍ତମାନ ଦକ୍ଷିଣ ପାଶ୍ୱର୍ରେ ଥିବା ଯୋବ୍ରାଠାରୁ ହିନ୍ଦ ସିନେମା ଛକ ଓ ବାମପାଶ୍ୱର୍ରେ ଯୋବ୍ରାଠାରୁ କଟକ ମିଠା ଦୋକାନ ଯାଏଁ ତାଳଦଣ୍ଡା କେନାଲ ବନ୍ଧକୁ ରାଜ୍ୟ ଯୋଜନାରେ ସଂପ୍ରସାରିତ କରାଯିବ । ପ୍ରସ୍ତାବିଡ ସଡକ ପାଶ୍ୱର୍ରେ ୧୫ ମିଟର ଚଉଡାର ପାଦଚଲା ରାସ୍ତା ରହିବ ।  ଗାଡି ରଖିବା ପାଇଁ ସ୍ଥାନ ନିର୍ଧାରଣ ହେବ ।

କଟକରେ ହେବାକୁ ଥିବା ବିଭିନ୍ନ ଉଦଘାଟନୀ କାର୍ଯ୍ୟକ୍ରମ ସଂପର୍କରେ ୫-ଟି ସଚିବଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ସମୀକ୍ଷା କରିଛନ୍ତି । ତାଳଦଣ୍ଡା କେନାଳର ସଫେଇ, ଏସସିବି ମେଡିକାଲ କଲେଜ ଜମିର ଉନ୍ନତିକରଣ, ଟ୍ରାଫିକ ବ୍ୟବସ୍ଥାର ସୁଦୃଢୀକରଣ ଓ ପାର୍କିଂ , ଭବିଷ୍ୟତର ସଂପ୍ରସାରଣ ଓ ଛତ୍ରବଜାର ଅଂଚଳର ଉନ୍ନତିକରଣ ସଂପର୍କରେ ମଧ୍ୟ ଏହି ଟିମ୍ ଅନୁଧ୍ୟାନ କରିଛନ୍ତି ।

 

Comments are closed.