ରାଜ୍ୟରେ କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ପାର, ଆଜି ସୁସ୍ଥ ହେଲେ ୩ହଜାର ୪୦୪ ରୋଗୀ

ଭୁବନେଶ୍ୱର- ଓଡିଶାରେ ଆଜି ୩ ହଜାର ୪୦୪ ଜଣ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ କୋରୋନାରୁ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୨୦ ହଜାର ୩୮୮ ହୋଇଛି । ଖୋର୍ଧା ଜିଲ୍ଲାରୁ ୬୦୨, କଟକରୁ ୩୭୪, ପୁରୀରୁ ୨୮୯ ରୋଗୀ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୪୮, ମୟୂରଭଂଜରୁ ୧୩୦, ସମ୍ବଲପୁରରୁ ୧୩୦, କେନ୍ଦୁଝରରୁ ୧୧୬, ବରଗଡରୁ ୧୦୭, ଯାଜପୁରରୁ ୧୦୬, କେନ୍ଦ୍ରାପଡାରୁ ୯୮, ଜଗତସିଂହପୁରରୁ ୯୦ ଜଣ ସୁସ୍ଥ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୪୮ ଜଣ ସୁସ୍ଥ ହୋଇଛନ୍ତି ।

Comments are closed.