କାଲିଠୁ ରାଜ୍ୟର ସହରାଂଚଳରେ ଅନିର୍ଦ୍ଦିଷ୍ଟକାଳ ଯାଏଁ ନାଇଟ୍ କର୍ଫ୍ୟୁ, ଛତିଶଗଡ ସୀମାନ୍ତ ଜିଲ୍ଲାଗୁଡିକର ସହରାଂଚଳରେ ନାଇଟ୍ କର୍ଫ୍ୟୁ ସହ ସପ୍ତାହାନ୍ତ ସଟଡାଉନ୍

ଭୁବନେଶ୍ୱର – ବଢୁଥିବା କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ସାରା ରାଜ୍ୟର ସହରାଂଚଳରେ ଆସନ୍ତାକାଲିଠାରୁ ଲାଗୁ ହେବ ନାଇଟ କର୍ଫ୍ୟୁ । କାଲିଠୁ ପଶ୍ଚିମ ଓଡିଶାର ୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରାଯାଇଛି । ସେସବୁ ଜିଲ୍ଲାର ସହରାଂଚଳରେ ସଂଧ୍ୟା ୬ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଜାରି ହେବ । ଗ୍ରାମାଂଚଳରେ ରାତି୧୦ରୁ ସକାଳ ୬ଟାଯାଏଁ ଜାରି ହେବ ନାଇଟ କର୍ଫ୍ୟୁ । ରାଜ୍ୟର ଅନ୍ୟ ୨୦ଟି ଜିଲ୍ଲାର ସହରାଂଚଳରେ ରାତି ୯ଟାରୁ ନାଇଟ କର୍ଫ୍ୟୁ ଜାରି କରାଯିବ । ଭୁବନେଶ୍ୱର ଓ କଟକ ସହରରେ ମଧ୍ୟ ରାତି ୯ଟାରୁ ଜାରି ହେବ ନାଇଟ୍ କର୍ଫ୍ୟୁ । ସକାଳ ୫ଟା ଯାଏଁ ଜାରି ରହିବ ନାଇଟ୍ କର୍ଫ୍ୟୁ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଘୋଷଣା କରିଛନ୍ତି । ଏହାଛଡା ୧୦ଟି ସୀମାନ୍ତ ଜିଲ୍ଲା ସହରାଂଚଳରେ ସପ୍ତାହାନ୍ତ ସଟ୍‌ଡାଉନ କରାଯିବ । ଶନିବାର ଓ ରବିବାର ସଟଡାଉନହେବ । ନାଇଟ କର୍ଫ୍ୟୁ ବେଳେ ସମସ୍ତ ଜରୁରୀ ସେବା ଜାରି ରହିବ । କୌଣସି ନିର୍ଦ୍ଦିଷ୍ଟ ପାସ୍ ବା ପରମିଟ୍ ଦିଆଯିବ ନାହିଁ ।

ଏହି ମାସ ୧୯ ତାରିଖରୁ ସବୁ ଉଚ୍ଚ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଂଟର ବନ୍ଦ ରହିବ । ବିବାହ ଉତ୍ସବରେ ସର୍ବାଧିକ ୫୦ ଓ ଶୁଦ୍ଧି କ୍ରିୟାରେ ୨୦ ଜଣଙ୍କୁ ସାମିଲ ପାଇଁ ଅନୁମତି ମିଳିବ । ରାଜ୍ୟରେ ସମସ୍ତ ସାମାଜିକ, ରାଜନୈତିକ , ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିବ । ରାଜ୍ୟରେ ଥିବା ସବୁ କୋଭିଡ ହସପିଟାଲ କାର୍ଯ୍ୟକ୍ଷମ କରାଯିବ । ସୋମବାରଠାରୁ ଅନ୍ୟ ରାଜ୍ୟକୁ ବସ୍ ଚଳାଚଳ ବନ୍ଦ କରାଯିବ । ରାଜ୍ୟ ମଧ୍ୟରେ ବସର ସିଟ୍ ସଂଖ୍ୟା ଅନୁସାରେ ଯାତ୍ରୀ ବସିବେ ।

Comments are closed.