ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା : ୧୮ରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣାରେ କୋରୋନା ଟିକା

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଘୋଷଣା । ରାଜ୍ୟର ସବୁ ୧୮ ବର୍ଷରୁ ୪୪ ବର୍ଷ ବୟସର ନାଗରିକଙ୍କୁ ମାଗଣା କୋଭିଡ ଟିକା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ମାଗଣା ଟିକା ପାଇଁ ରାଜ୍ୟ ସରକାର ୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ । ମାଗଣା ଚିକା ଦ୍ୱାରା ରାଜ୍ୟର ୧୮ରୁ ୪୫ ବର୍ଷ ବୟସର ୧ କୋଟି ୯୩ ଲକ୍ଷ ନାଗରିକ ଉପକୃତ ହେବେ ।

ରାଜ୍ୟବାସୀଙ୍କୁ ସମ୍ବୋଧନ କରି ନବୀନ କହିଛନ୍ତି ଯେ,ମହାମାରୀ ଓ ଦୁର୍ବିପାକରେ ରାଜ୍ୟବାସୀ ସହଯୋଗ କରିଆସିଛନ୍ତି । ରାଜ୍ୟବାସୀଙ୍କ ସହଯୋଗରୁ ବହୁ ଅମୂଲ୍ୟ ଜୀବନ ରକ୍ଷା ହୋଇପାରିଛି । ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ନିୟମ ମାନିଲେ ହିଁ ଆମେ କୋଭିଡ ଯୁଦ୍ଧ ଜିତିପାରିବା । ନିୟମ ମାନିବାକୁ ହାତଯୋଡି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅତି ଜରୁରୀ ନ ହେଲେ ବାହାରକୁ ନ ବାହାରିବାକୁ ସେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ଜଗନ୍ନାଥଙ୍କ ଆଶୀର୍ବାଦରୁ ରାଜ୍ୟ ମହାସଂକଟରୁ ଖୁବ୍ ଶୀଘ୍ର ମୁକୁଳିବ ।

Comments are closed.