ଦେଶରେ ଗତ ୨୪ ଘଂଟାରେ ୬୭ ହଜାର ୭୦୮ ନୂଆ ପଜିଟିଭ, ୬୮୦ ମୃତ

ନୂଆଦିଲ୍ଲୀ – ଦେଶରେ ଗତ ୨୪ ଘଂଟାରେ କୋରୋନାରେ ୬୮୦ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୧୧ ହଜାର ୨୬୬କୁ ବୃଦ୍ଧି ପାଇଛି । ଭାରତରେ ଗତ ୨୪ ଘଂଟାରେ ୬୭ ହଜାର ୭୦୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ପପିଟିଭ ସଂଖ୍ୟା ୭୩ ଲକ୍ଷ ୭ ହଜାର ୯୭କୁ ବୃଦ୍ଧି ପାଇଛି । ଦିନକରେ ୮୧ ହଜାର ୫୧୪ ଜଣ ସୁସ୍ଥ ହୋଇଛନ୍ତି । ଏ ଯାଏଁ ୬୩ ଲକ୍ଷ ୮୩ ହଜାର ସୁସ୍ଥ ହୋଇସାରିଲେଣି । ଦେଶରେ ଏବେ ସକ୍ରିୟ ମାମଲା ୮ ଲକ୍ଷ ୧୨ ହଜାର ୩୯୦ରେ ରହିଛି ।

Comments are closed.