ଆସନ୍ତା ୫ ତାରିଖରୁ ୧୯ ଯାଏଁ ସାରା ରାଜ୍ୟରେ ଲକଡାଉନ

ଭୁବନେଶ୍ୱର- କୋରୋନା ସଂକଟ ଦୃଷ୍ଟିରୁ ସାରା ରାଜ୍ୟରେ ଆସନ୍ତା ୫ ତାରିଖରୁ ଲକଡାଉନ ଘୋଷଣା କରିଛନ୍ତି ସରକାର । ଆସନ୍ତା ୫ ତାରିଖ ବୁଧବାର ସକାଳଠାରୁ ୧୯ ତାରିଖ ବୁଧବାର ସକାଳ ଯାଏଁ ଲକଡାଉନ ବଳବତ୍ତର ରହିବ ।

ଏହି ସମୟରେ ୫ ଶହ ମିଟର ଦୂରତା ମଧ୍ୟରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ଲୋକେ ପନିପରିବା କିଣିପାରିବେ ।

ସ୍ୱାସ୍ଥ୍ୟସେବା ତଥା ଅନ୍ୟାନ୍ୟ ଜରୁରୀ ସେବା ପାଇଁ କୌଣସି କଟକଣା ରହିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଘୋଷଣା କରିଛନ୍ତି ।

ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ସପ୍ତାହର ସବୁ ଦିନ ଟିକାକରଣ ଓ ଟେଷ୍ଟିଂ ଜାରି ରହିବ । ବସ୍ ଚଳାଚଳ ବନ୍ଦ ରହିବ । ଫଳ, ପରିନରିବା, ମାଛମାଂସ ଦୋକାନ ଲକଡାଉନ ସମୟରେ ୩୦ ଫୁଟ ଦୂରତା ବଜାୟ ରଖି ସକାଳ ୬ଟାରୁ ୧୨ଟା ଯାଏଁ ଖୋଲା ରହିବ ।

Comments are closed.